ଗଜପତି ଜିଲ୍ଲା ମୋହନା RWSS ବିଭାଗୀୟ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ପିଅନକୁ ଗିରଫ କଲା ଆର୍. ଉଦୟଗିରି ଥାନା ପୋଲିସ୍। ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଇଥିଲେ ପିଅନ। ଯନ୍ତ୍ରୀ ଜଣକ ଜାଣି ନ ପାରି ପରିସ୍ରା ପିଇ ଦେବାରୁ ଅସୁସ୍ଥ ହୋଇପଡ଼ିଥିଲେ। ଆର୍. ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ଚାଲିଥିଲା ତଦନ୍ତ। ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ପରେ ଯନ୍ତ୍ରୀ ଜଣକ ଅଭିଯୋଗ କରିଥିଲେ।