ମୋତେ ଏସପିଙ୍କୁ ଭେଟିବାକୁ ଦିଅ (ଅପଡେଟ)

ନିଜର ନାବାଳିକା ଝିଅକୁ ଅପହରଣ କରିନେଇଥିବା ଯୁବକକୁ ଧରିବା ଏବଂ ଝିଅକୁ ଫେରାଇ ଆଣିବାକୁ ନିବେଦନ କରି ଆସୁଥିବା ସ୍ଥାନୀୟ ମଣ୍ଡୁଆ ଅଞ୍ଚଳର ଜଣେ ମହିଳା ଆଜି ଏସପିଙ୍କୁ ନ୍ୟାୟ ପାଇଁ ଭେଟିବାକୁ ଯାଇଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା।

ଫଳରେ କିଛି ସମୟ ପାଇଁ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସର ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ପୁଲିସ ନାବାଳିକାକୁ ଉଦ୍ଧାର କରି ଥିଲେ ହେଁ ଜାମିନରେ ଯାଇଥିବା ଅଭିଯୁକ୍ତ ପୁଣି ଥରେ ଅପହରଣ କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା। ଉଦ୍ଧାର କରିବାରେ ବିଲମ୍ୱ ହେଉଥିବାରୁ ଯୁବତୀଙ୍କ ମା’ ଏସପିଙ୍କୁ ଅଭିଯୋଗ କରିବାକୁ ଆଜି ଯାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version