ଉଚ୍ଚଶିକ୍ଷା ବିଭାଗ ଏସଏସବି ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି। ମେ’ ୫ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା। ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ହେବାକୁ ଯାଉଥିବା ବେଳେ ୩୧,୯୧୫ ପିଜି ସିଟ୍ ନିମନ୍ତେ ଆବେଦନ କରିଛନ୍ତି ୫୮,୭୦୮ ଛାତ୍ରଛାତ୍ରୀ।