କଟକ ଏସସିବି ମେଡିକାଲରେ ପଦ୍ମଶ୍ରୀ କମଳା ପୂଜାରୀ ଚିକତ୍ସିତ ହେଉଥିବା ବେଳେ ତାଙ୍କୁ ଧରି ଜଣେ ମହିଳା ସ୍ବେଛାସେବୀ ନାଚିବା ଘଟଣା କ୍ରମେ ବିବାଦୀୟ ହେବାରେ ଲାଗିଛି l
ଏସସିବି କର୍ତ୍ତୃପକ୍ଷ ଏ ସମ୍ପର୍କରେ କିଛି ଜାଣିନଥିବା କହୁଥିବା ବେଳେ କମଳା ନିଜେ ଆଜି ମୁହଁ ଖୋଲି ନାଚିବା ପରେ ସେ ଅଧିକ ଅସୁସ୍ଥ ହୋଇପଡିଥିବା କହିଛନ୍ତି l ଏପରିକି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପରଜା ସମାଜ l