ମେଗା ପ୍ରକଳ୍ପର ବିଶୋଧନାଗାର ପାଇଁ ଭୂମି ପୂଜା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତର ରଥପୁର ନିକଟରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବିଶୋଧନାଗାର ନିର୍ମାଣ ପାଇଁ ମଙ୍ଗଳବାର ଭୂମି ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ସହକାରୀ ଯନ୍ତ୍ରୀ ବଳରାମ ମାଝୀ, କନିଷ୍ଠ ଯନ୍ତ୍ରୀ ମଞ୍ଜୁଲତା ଗୌଡ଼ ଓ ମେଗା ପ୍ରକଳ୍ପ କ୍ଷେତ୍ର ଅଧିକାରୀ ବିନୋଦ ନାଏକ, ଲକ୍ଷ୍ମଣ ସାଥୁଆ, ବିଭାଗୀୟ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକର ବିଭିନ୍ନ ଗ୍ରାମକୁ ଏଠାରୁ ବିଶୋଧନ କରି ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes