ମୃତ ଚାଷୀଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଓ ଋଣ ଛାଡ କରାଯିବାକୁ କଂଗ୍ରେସର ଦାବି

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଟୁନିଆମୁଣ୍ଡା ଗ୍ରାମର ଚାଷୀ ଭଗବାନ ଯୁଆଡି ଋଣଭାର ସହ୍ୟ କରି ନ ପାରି କିଛି ଦିନ ତଳେ ନିଜ ବିଲକୁ ଯାଇ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା ।

ଗତକାଲି କଂଗ୍ରେସ ଦଳ ତାର ସରଜମିନ୍ ତଦନ୍ତ କଲା ପରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟୀ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଲୟକୁ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଉକ୍ତ ମୃତ ଚାଷୀଙ୍କ ପରିବାରବର୍ଗଙ୍କୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ ଓ ଋଣଛାଡ ସକାଶେ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version