ଜିତୁ ମୁଣ୍ଡା କଙ୍କାଳ ବ୍ୟାଙ୍କ୍କୁ ଆଣିବା ସମ୍ପର୍କରେ RDC କହିଛନ୍ତି, ଜିତୁ ମୁଣ୍ଡାଙ୍କୁ ଭଉଣୀର ମୃତ୍ୟ ପ୍ରମାଣ ପତ୍ର ମିଳିବାରେ ବି ବିଳମ୍ବ ହୋଇଛି। ଗୁରୁବାରୀ ମୁଣ୍ଡା ମୃତ କଲରା ମୁଣ୍ଡାଙ୍କ ପାଇଁ ଆବେଦନ କରିଛନ୍ତି, ଜାନୁଆରୀରେ ମୃତ୍ୟୁ, ଫେବ୍ରୁଆରୀରେ ପଞ୍ଜୀକରଣ ହୋଇଛି। ପୁଣି ମୃତ୍ୟୁ ପ୍ରମାଣ ପତ୍ର ପାଇବା ପାଇଁ ଆଫିଡାବିଟ୍ ଦିଆଯାଇଛି। ଆଫିଡାବିଟ୍ ଦରକାର ନ ଥିଲା ବେଳେ କିଏ ତାଙ୍କୁ ଖର୍ଚ୍ଚାନ୍ତ କରାଇଲା।ଆବେଦନ ଅନୁସାରେ ଏପ୍ରିଲ ୪ ସୁଦ୍ଧା ମୃତ୍ୟୁ ପ୍ରମାଣପତ୍ର ମିଳିବା କଥା, ତେଣୁ ଅବହେଳା ହୋଇଥିବା ସ୍ପଷ୍ଟ ହୋଇଛି। ସରକାର କାର୍ଯ୍ୟାନୁଷ୍ଠାନ ନେବେ କହିଛନ୍ତି RDC।