‘ମୂଲ୍ୟବୋଧ ଓ ଆଧ୍ୟାତ୍ମିକତା’ ଶୀର୍ଷକ ଆଲୋଚନା ଚକ୍ର

ବୀରମହାରାଜପୁର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ‘ମୂଲ୍ୟବୋଧ ଓ ଆଧ୍ୟାତ୍ମିକତା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବ୍ରହ୍ମାକୁମାରୀ ସରୋଜିନୀ ମୁଖ୍ୟ ଅତିଥି ଓ ଦିଲ୍ଲୀ ସେବା କେନ୍ଦ୍ରର ବ୍ରହ୍ମାକୁମାରୀ ଶ୍ୱେତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମଣିଷ ଜୀବନର ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସମ୍ବଲପୁର ସେବା କେନ୍ଦ୍ରର ବ୍ରହ୍ମାକୁମାରୀ ଜ୍ୟୋତି ସମସ୍ତଙ୍କୁ ‘ରାଜ ଯୋଗ’ ସମ୍ପର୍କରେ ଧାରଣା ଦେଇଥିଲେ । କାର୍ଯ୍ୟକ୍ରମଟି ବୀରମହାରାଜପୁର କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମାକୁମାରୀ ସୁମନଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes