ମୁର୍ଷୁଣ୍ଢି ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଠାରେ ଚଳିତ ବର୍ଷ ଅକ୍ଟୋବର ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୪୩ତମ ଗଜଲକ୍ଷ୍ମୀ ପୂଜା ସକାଶେ ବୁଧବାର ଶୁଭସ୍ତମ୍ଭ ସ୍ଥାପନ ଓ ଦେବତା ବରଣ କରାଯାଇଛି । ଏହି ଅବସରରେ ଗ୍ରାମର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଠାରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଗ୍ରାମର ଖମ୍ବେଶ୍ୱରୀ, ପଞ୍ଚଖଣ୍ଡା, ମାଉଲି, କଲାସି, ବାଉତୀ, କଳିକା, ପନ୍ଥେଇ, ମେଟାକାନୀ ତଥା ଗ୍ରାମର ସମସ୍ତ ସାହିର ଭାଗବତ ମନ୍ଦିରରେ ପୂଜାର୍ଚ୍ଚନା କରି ଦେବତା ବରଣ ଓ ଆଜ୍ଞାମାଳ ଅଣାଯାଇଥିଲା ।ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ଗଜଲକ୍ଷ୍ମୀ ପୂଜା ପଡ଼ିଆରେ ପୂଜାର୍ଚ୍ଚନା କରାଯାଇ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ପୂଜକ ଭାବେ ପ୍ରମୋଦ ପଣ୍ଡା, ପ୍ରଦୀପ ରଥ, ଗୌରାଙ୍ଗ ଦେହୁରୀ, ମାଗୁଣି ଖେତୀ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ପୂଜା କମିଟିର ସଭ୍ୟ ସନ୍ତୋଷ ସମର୍ଥ, ସୌମ୍ୟରଞ୍ଜନ ରଥ, ବରୁଣ ମଲ୍ଲିକ ଓ ଶାନ୍ତନୁ ଦେହୁରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes