ମୁରାସୁର ଦରବାର ପାଇଁ କଳାକାର ବରଣ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମୁର୍ଷୁଣ୍ଢୀ ଠାରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଥିବା ୪୩ତମ ଗଜଲକ୍ଷ୍ମୀ ପୂଜା ମହୋତ୍ସବରେ ଏଥର ମଧ୍ୟ “ମୁରାସୁର ଦରବାର” ମୁଖ୍ୟ ଆକର୍ଷଣ ରହିଛି । ଏଥିପାଇଁ ଆଜି କଳାକାର ବରଣ ଅନୁଷ୍ଠିତ ହୋଇଯାଇଛି । ପୂର୍ବବର୍ଷ ଭଳି ମୁରାସୁର ଭୂମିକାରେ ଅଭିନୟ ପାଇଁ ବିନିକା ବ୍ଲକ ଅନ୍ତର୍ଡାର ପ୍ରସିଦ୍ଧ କଳାକାର ଗୋପାଳ ପଣ୍ଡାଙ୍କ ବାସଭବନକୁ ଯାଇ କଳାକାର ବରଣ କରାଯାଇଛି । ଏହି ଅବସରରେ ପୂଜା କମିଟି ସଭାପତି ଲବ କୁମାର ସାହୁ, ସମ୍ପାଦକ ତ୍ରୟାଞ୍ଜିବ ମିଶ୍ର, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି, ଉପସଭାପତି ଧନଞ୍ଜୟ ସାହୁ, ସଭ୍ୟ ବଳରାମ ପଧାନ, ସନ୍ତୋଷ ସାମର୍ଥ, ରୋହିତ ସାହୁ, ସୁନୀଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଆସନ୍ତା ୫ରେ କଳସ ଶୋଭାଯାତ୍ରା, ୬ରୁ ୧୪ ଯାଏ ଗଜଲକ୍ଷ୍ମୀ ପୂଜା, ଦିନବେଳା ଅଜିତ ଦାଶଙ୍କ ଦ୍ଵାରା ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ମୂରାସୁର ଦରବାର ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡ଼ିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes