ମୁଣ୍ଡଘାଟ ପଂଚାୟତରେ ସାମାଜିକ ସମୀକ୍ଷା ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମୁଣ୍ଡଘାଟ ପଂଚାୟତରେ ଆଜି ଚତୁର୍ଥ ପର୍ଯ୍ୟାୟରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଛତା ସମିତି ତଥା ଜ଼ିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ସାମାଜିକ ସମୀକ୍ଷା ଆରମ୍ଭ ହୋଇଛି।

ଏହି କ୍ରମରେ ଆଜି ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର ବିଗତ ଏକ ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ରାସନ ସାମଗ୍ରୀ ର ରେଜିଷ୍ଟର, ବଣ୍ଟନ ଖାତା,କେଶ ବହି, ବିଲ ଭାଉଚର ଏବଂ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବା ପ୍ରକଳ୍ପ ଗୁଡିକର ନଥିପତ୍ର ଯାଞ୍ଚ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes