ମୀନା ମାଝି ହେଲେ ସଦର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ

ସଦର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହେଲେ ମୀନା ମାଝି। ମୀନା କେନ୍ଦୁଝର ଗଡ ପୌରପରିଷଦର ଅଧ୍ୟକ୍ଷା ଥିଲେ। ସେ ଦୀର୍ଘ ବର୍ଷ ହେଲା ଦଳରେ ବିଭିନ୍ନ ସମୟରେ ଦଳୀୟ ଓ ସାମାଜିକ କାର୍ଯ୍ୟରେ ସାମିଲ ହୋଇ କାର୍ଯ୍ୟ କରିଆସୁଥିଲେ।

ଏଥି ପାଇଁ ଦଳର ସୁପ୍ରିମୋ ଓ ଅନ୍ୟମାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ନବୀନ ସରକାରଙ୍କ ଜନହିତକର କାର୍ଯ୍ୟକୁ ନେଇ ଲୋକ ଙ୍କ ପାଖକୁ ଯିବେ। ଗତ ପଂଚାୟତ ନିର୍ବାଚନରେ ବିଜେଡି ଜିଲା ପରିଷଦ ସମେତ ପଂଚାୟତ ଓ ପଂଚାୟତ ସମିତି ରେ ଦୃଢ଼ ପ୍ରଦର୍ଶନ କରିଥିବାରୁ ତାଙ୍କ ପାଇଁ ଏହି ନିର୍ବାଚନ କେତେ ସୁବିଧା ହେବ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes