ଦେଶବ୍ୟାପୀ ଚାଲିଥିବା ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ରାଜ୍ୟର ମିଶନ ଶକ୍ତିର ମା ମାନେ 30 ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି l ରାଜ୍ୟବ୍ୟାପୀ ଏହାକୁ ମାଗଣା ବଣ୍ଟନ କରାଯାଇଛି l
ଆଜି ମିଶନ ଶକ୍ତିର ଏକ ପ୍ରତିନିଧି ଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିବା ସହ କୃତଜ୍ଞତା ଅର୍ପଣ କରିଛନ୍ତି l
