ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବଳୟା ଥାନାଧିକାରୀ ସୁଶାନ୍ତ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସୁବଳୟା ବନାଞ୍ଚଳ ଅଧିକାରୀ ଅବିନାଶ ବରିହା ଓ ଫରେଷ୍ଟର ନିରଞ୍ଜନ ପଧାନଙ୍କ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଂଘର ସଭାନେତ୍ରୀ ମୀରା ବାରିକ, ଏମବିକେ ବବିତାରାଣୀ ମହାପାତ୍ର, ବ୍ୟାଙ୍କମିତ୍ର ଇନ୍ଦୁମତୀ ତlଣ୍ଡିଆ, ସିଆରପି ରେଖା ନାଏକ, ଦମୟନ୍ତୀ ମେହେର, ଝରଣା ଦାଶ, ତପସ୍ଵିନୀ ମହାନନ୍ଦ, ସୁମତି ମେହେର, ସଭ୍ୟା ଗୀତାଞ୍ଜଳି ବେହେରା, ଜିତା ମେହେର, ସୀମା ମେହେର ପ୍ରମୁଖ ଅଂଶଗ୍ରହଣ କରି ସୁବଳୟା ଡାକ୍ତରଖାନା ରାସ୍ତାରେ ଚାରା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes