ମା ତାରିଣୀ ସ୍ୱର୍ଣାକାର ସଂଘର ବାର୍ଷିକ ଉତ୍ସବ

ମା ତାରିଣୀ ସ୍ୱର୍ଣାକାର ସଂଘ କେନ୍ଦୁଝର ଜିଲ୍ଲାର ବାର୍ଷିକ ଉତ୍ସବ ଆଜି ସ୍ଥାନୀୟ ତୈଳିକ ସମାଜ ସଭଗୃହରେ ଅନୁଷ୍ଠିତ ହୋଇ ଯାଇଛି। ପୌରଧ୍ୟକ୍ଷ ନିକୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟର ବରିଷ୍ଠ ସ୍ୱର୍ଣାକାରମାନେ ଉପସ୍ଥିତ ରହିଥିଲେ।

ପଦ୍ମଶ୍ରୀ ମାଗୁଣି ଚରଣ କୁଆଁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ସ୍ୱର୍ଣକରଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ୍ ସରକାରଙ୍କ ବିଭିନ୍ନ ନୀତି ନିୟମ ଓ ଆଇନ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ବୋଲି କେନ୍ଦୁଝର ସଂଘର ସଭାପତି ରାମଚନ୍ଦ୍ର ସାହୁ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes