ମା ଓ ପୁଅର ମୃତ ଦେହ ଉଦ୍ଧାର ଘଟଣାର କାରଣ ଖୋଜୁଛି ପୁଲିସ (ଅପଡେଟ)

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ହାବଳେଶ୍ୱର ପଞ୍ଚାୟତ ମଙ୍ଗରାଜପୁର ଆଦିବାସୀ ସାହି ନିକଟ ଚାଷ ଜମିରେ ମା,ପୁଅଙ୍କ ମୃତ ଦେହ ଉଦ୍ଧାର ହୋଇଛି l

ବିଷାକ୍ତ ମହୁଲି ମଦ ପିଇ ମା,ପୁଅଙ୍କ ମୃତ୍ୟୁ ଘଟୁଥିବା କେହି କେହି କେହି କହୁଥିବା ବେଳେ ଆଉ କେହି ଏହାକୁ ଅଂଶୁଘାତ ଜନିତ ମୃତ ବୋଲି କହୁଛନ୍ତି l ସୂଚନା ଯୋଗ୍ୟ, ମା ଜେମା ଦାସ (୫୫) ଏବଂ ପୁଅ ସନ୍ତା ଦାସ (୩୫) ଶାଳନିଆ ପଞ୍ଚାୟତ ମନୋହରପୁର ଗ୍ରାମରେ ସରକାରୀ ସ୍ଥାନରେ ଘର କରି ବସବାସ କରନ୍ତି l ଏମାନେ ଘୁସିରି ପାଳନ ଏବଂ ମୂଲ ମଜୁରୀ ଲାଗି ପେଟ ପୋଷିଥାନ୍ତି l ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes