ଭୁବନେଶ୍ବରର ରାଜା ମଧୁସୁଦନ ଦେବ ଡିଗ୍ରି କଲେଜରେ ଦ୍ବତୀୟ ରାଜ୍ୟସ୍ତରୀୟ ମାର୍ଶଲ ଆର୍ଟ ପଞ୍ଚାକ୍ ସିଲାଟ କପ୍ ପ୍ରତିଯୋଗିତା
ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲାରୁ ଯାଇଥିବା ପାଞ୍ଚଜଣ ପ୍ରତିଯୋଗୀ ପାଞ୍ଚଟି ପଦକ ଆଣିଥିବା ଜଣାଯାଇଛି । ପ୍ରି-ଜୁନିୟର ଝିଅ ଅଣ୍ଡର-୪୩ ବର୍ଗରେ ଆରୁଷୀ ଅମୃତା ସରାଫ୍ ରୋପ୍ୟ, ଜୁନିୟର ଝିଅ ଅଣ୍ଡର-୫୧ କିଲୋ ବର୍ଗରେ ମୌସୁମୀ ରାଣୀ ସିଂ କାଂସ୍ୟ, ଜୁନିଅର ଝିଅ ଅଣ୍ଡର-୫୫ କିଲୋ ବର୍ଗରେ ପ୍ରତିମା ମହାନନ୍ଦ ରୋପ୍ୟ, ଜୁନିଅର ବାଳକ ଅଣ୍ଡର-୪୭ ବର୍ଗରେ କୁନାଲ ରାଣା କାଂସ୍ୟ ଏବଂ ସିନିଅର ବାଳକ ବିଭାଗ ଅଣ୍ଡର-୫୦ ବର୍ଗରେ ଅଭିଳାଷ ମହାନନ୍ଦ ସ୍ବର୍ଣ୍ଣ ପଦକ ପାଇଥିବା ଜଣାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପଞ୍ଚାକ ସିଲାଟର ସଭାପତି ନୀଳାମ୍ବର ହୋତା, ସଂପାଦକ ତଥା କୋଚ କୃତ୍ତିବାସ ଶତପଥୀ ଏବଂ କୋଷାଧ୍ଯକ୍ଷ ଚିନ୍ମୟ ସାହୁଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ଖେଳାଳୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।