ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ

ଓଡ଼ିଶାର ୪ ଆସନ ପାଇଁ ନିର୍ବାଚନ ହେବ। ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି ଏବଂ ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ ରହିଛି।

ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍‌ ଗ୍ରହଣ। ଅପରାହ୍ଣ ୫ଟାରେ ହେବ ଭୋଟ୍‌ ଗଣତି। ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି। ଏମାନେ ହେଲେ ମମତା ମହାନ୍ତ, ମୁନା ଖାନ୍‌, ସୁଜିତ୍‌ କୁମାର, ନିରଞ୍ଜନ ବିଶି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes