ବେସିକ ନୀଡ଼ସ ଇଣ୍ଡିଆ ବାଙ୍ଗାଲୁର ତରଫରୁ ଓଡିଶା ରାଜ୍ୟର ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର, କନ୍ଧମାଳ ଜିଲ୍ଲାରେ ଏହି ବର୍ଷ ଆରମ୍ଭରୁ ଗୋଷ୍ଠୀ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସ୍ବେଛାସେବୀ ଅନୁଷ୍ଠାନମାନଙ୍କ ଦ୍ୱାରା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟ ସ୍ତରୀୟ ପରାମର୍ଶ ବୈଠକ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଳିଙ୍ଗଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କ ଚିକିତ୍ସା, ସହ ଅନ୍ୟାନ୍ୟ ସମସ୍ୟା କିପରି ସମାଧାନ ହେବ ସେ ବିଷୟରେ ଦାବୀ କରାଯାଇଛି।