ସ୍ଥାନୀୟ ବେତଝରି ନାଳରୁ ମାଛ ଧରିବା ବେଳେ ଜାଲରେ ଏକ ଅଜଗର ସାପ ଧରା ପଡ଼ିଯାଇଥିବା ଜଣାପଡ଼ିଛି। ସାପର ଲମ୍ୱ ପ୍ରାୟ ଆଠ ଫୁଟ ହେବ। ଏହାକୁ ଦେଖିବାକୁ ଭିଡ ଜମିଥିଲା ।
ସବୁ ଦିନ ଭଳି ମାଛ ମାରିବାକୁ ସ୍ଥାନୀୟ ମାଧ ମୁଣ୍ଡା ଆଜି ମାଛ ମାରିବାକୁ ଜାଲ ପକାଇବା ବେଳେ ସାପଟି ଜାଲରେ ଫସି ଯାଇଥିଲା। ପରେ ସାପଟିକୁ ଜାଲରୁ ବାହାର କରି ପାଖ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡିଛି।