ମହିମାଗାଦି ବୁଲି ଦେଖିଲେ ଜିଲ୍ଲାପାଳ ଓ ବିଧାୟକ

ଢେଙ୍କାନାଳ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ମହିମା ଗାଦି ପୀଠ ଯୋରନ୍ଦାକୁ ରାଜ୍ୟ ସରକାର ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦେବା ପାଇଁ ଯୋଜନା କରୁଥିବା ବେଳେ ଯୋରନ୍ଦା ମହିମା ପୀଠର ସାଧୁ ସନ୍ଥ ଏବଂ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହିତ ଆଲୋଚନା କରିବା ସହ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ଜିଲ୍ଲାପାଳ ଓ ବିଧାୟକ।

ଏହି ଆଲୋଚନା ବେଳେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ମହିମା ସାଧୁମାନେ ଏହାକୁ ଦୃଢତାର ସହ ସମର୍ଥନ କରି ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes