-ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲର ବୈଠକ ପରେ ଏଜି ପୀତାମ୍ବର ଆଚାର୍ଯ୍ୟ ଏହି ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯିବ, ସମାଧାନର ବାଟ ଖୋଜା ଚାଲିଛି, ମୁଁ ଆଶାବାଦୀ ନିଶ୍ଚୟ ସମାଧାନ ହେବ।
ନୂଆ ସରକାର ଆସିବା ପରେ ଉଦ୍ୟମ ଆରମ୍ଭ କରିଛନ୍ତି। ଦୁଇ ରାଜ୍ୟ ମଧ୍ୟରେ ଆପୋଷ ମିଳାମିଶା ଜରିଆରେ ସମାଧାନ ହେବ, ଓଡ଼ିଶାବାସୀ ମହାନଦୀ ଜଳର କିପରି ସୁବିନିଯୋଗ କରିବେ ବ୍ୟବସ୍ଥା ହେବ। ଓଡ଼ିଶା ନିଶ୍ଚୟ ତା’ର ହକ୍ ପାଇବ, ଏଥିପାଇଁ ଉଦ୍ୟମ ଜାରି ରହିଛି କହିଛନ୍ତି ଏଜି।