କାଲି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି ପୂର୍ବରୁ ରାଜସ୍ବ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଗତ ୫ ବର୍ଷରେ ମାତ୍ର ଜଣେ ସାକ୍ଷୀଙ୍କ ସାକ୍ଷ ଗ୍ରହଣ ହୋଇଥିଲା, ଏବେ ମାମଲା ଆଗକୁ ବଢୁଛି, ପ୍ରତି ମାସରେ ୨ରୁ ୩ ଥର ଶୁଣାଣି ହେଉଛି। ଓଡିଶାରେ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି, ଛତିଶଗଡ଼ରେ ଗଠନ ହେଲା ପରେ ସ୍ଥାୟୀ ସମାଧାନ ପାଇଁ ଆଗକୁ ବଢ଼ିବୁ। ଉଭୟ ରାଜ୍ୟ ଭିତରେ କେମିତି ତଥ୍ୟ ନେଣଦେଣ ହେବ ଆଲୋଚନା ହେବ କହିଛନ୍ତି ମନ୍ତ୍ରୀ।