ମହାନଦୀ ନେତ୍ର ଚିକିତ୍ସାଳୟରେ ଭିଜନ ଥେରାପି କ୍ଲିନିକ

ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ ପରିସରରେ ପଶ୍ଚିମ ଓଡିଶାର ସର୍ବ ପ୍ରଥମ ଭିଜନ ଥେରାପି କ୍ଲିନିକ ଉଦଘାଟିତ ହୋଇଯାଇଛି ।

ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସ୍ମୃତି କମିଟୀର ସହାୟତାରେ ଉକ୍ତ ଥେରାପି କ୍ଲିନକ ଆରମ୍ଭ କରାଯାଇଛି । ଉଦଘାଟନୀ ଉତ୍ସବରେ ସ୍ମୃତି କମିଟୀର ଆବାହକ ଆର୍ତ୍ତତ୍ରାଣ ପଣ୍ଡା ଓ ମୁନତାଜ୍ ପଣ୍ଡା, ଲେପ୍ରା ସୋସାଇଟି ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାଏକ, ନେତ୍ର ଚିକିତ୍ସାଳୟର ଅଧିକ୍ଷକ ଡା. ଦେବେନ୍ଦ୍ର କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes