ମହାନଦୀ ନେତ୍ର ଚିକିତ୍ସାଳୟର ୧୮ତମ ବାର୍ଷିକୋତ୍ସବ

ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ୧୮ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନ୍ଧତ୍ବ ଦୂରୀକରଣ ଦିଗରେ ସମଗ୍ର ରାଜ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବାରୁ ମହାନଦୀ ନେତ୍ର ଚିକିତ୍ସାଳୟର ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ଏହି ଅବସରରେ ‘ଆଭାଲୋକ’ ନାମରେ ଏକ ବାର୍ଷିକ ବିବରଣୀ ପୁସ୍ତିକା -୨୦୨୨ର ଶୁଭ ଉନ୍ମୋଚନ ମଧ୍ୟ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version