ମସିଣାପାଲି ଓ କଦଳୀପାଲି ଠାରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ମସିଣାପାଲି ଓ କେନଝିରିଆପାଲି ପଞ୍ଚାୟତର କଦଳୀପାଲି ଠାରେ ରବିବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ରେଢାଖୋଲ କେନ୍ଦୁପତ୍ର ବନଖଣ୍ଡ ଅଧିନସ୍ଥ ବହଳପଦର କେନ୍ଦୁପତ୍ର ରେଞ୍ଜ ଆନୁକୁଲ୍ୟରେ ଏହା ଆୟୋଜିତ ହୋଇଥିଲା । ବହଳପଦର କେନ୍ଦୁପତ୍ର ରେଞ୍ଜ ଅଧିକାରୀ ମାନସ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଚିକିତ୍ସକ ଡ.ମାନସ ନାଏକ ଓ ବିଭାଗୀୟ କର୍ମଚାରୀମାନେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ମସିଣାପାଲି ସେକ୍ସନରେ ୧୫୧ ଜଣ ଓ କଦଳୀପାଲି ସେକ୍ସନରେ ୨୦୬ ଜଣ ଚିକିତ୍ସା କରାଯାଇଥିଲା । ସମସ୍ତ ୩୫୭ ଜଣଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ବନପାଳ ରୋହିତ ପଧାନ, ବିଦ୍ୟୁତ ବେହେରା, ସନ୍ଧ୍ୟାରାଣୀ ନାଏକ, ତପସ୍ପିନୀ ସାହୁ, ଡିଇଓ ଲିକୁନ ସାହୁଙ୍କ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes