ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ସ୍ଥିତ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ଜଣାଯାଇଛି । କ୍ଲବର ସଭାପତି ସୁଶିଲ ପ୍ରଧାନଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ ମନ୍ତ୍ରୀଙ୍କ କୁଚିଣ୍ଡା ସ୍ଥିତ ବାସଭବନକୁ ଯାଇ ମନ୍ତ୍ରୀଙ୍କୁ ଭେଟିଥିଲେ । ଚଳିତ ବର୍ଷ ଡିସେମ୍ୱର ୨୨ ରୁ ୨୯ ତାରିଖ ପର୍ଯ୍ୟନ୍ତ ଉକ୍ତ କ୍ଲବ ଆନୁକୁଲ୍ୟରେ ୨୯ତମ ସର୍ବଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ହେବାକୁ ଥିବାବେଳେ ଖେଳ ପଡିଆର ଉନ୍ନତିକରଣ ଓ ପେଣ୍ଡାଲ ଆଦି ନିର୍ମାଣ ପାଇଁ ମଧ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମନ୍ତ୍ରୀ ଶୀଘ୍ର ଏହାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ । ଏଥିସହ ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ଯୋଗଦେବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମାଧବ ମହାକୁର, ପୂର୍ବତନ ସଭାପତି ସୁଧୀର ପ୍ରଧାନ, ରାଧାମାଧବ ବେହେରା ଓ ପ୍ରକାଶ ଘଣ୍ଟା ପ୍ରମୁଖ ଉପସ୍ଥିତ ଥିଲେ ।