ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତର ବିକଲପୁର ଠାରେ ରବିବାର ମନୋଜ ସ୍ମାରକୀ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ସୋନପୁରର ମେହେର ଏକାଦଶକୁ ହରାଇ ସୋନପୁରର ବାଉତୀ କ୍ଳବ୍ ଚମ୍ପିଆନ ହୋଇଥିଲା । କମିରା ସରପଞ୍ଚ ଅନୁସୟା ପଧାନ ମୁଖ୍ୟ ଅତିଥି ଏବଂ ସ୍ବେଚ୍ଛାସେବୀ ସପନ ପଧାନ, ରାମପ୍ରସାଦ କର୍ଣ୍ଣ, କ୍ରୀଡାବିତ ଶ୍ରୀନିବାସ ପ୍ରଧାନ ଓ ଶ୍ରୀନିବାସ ବାଦୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ସଙ୍କୀର୍ତ୍ତନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସୁବଳୟା ମଣ୍ଡଳ ବିଜେପି କର୍ମକର୍ତ୍ତା ସଞ୍ଜୀବ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ ।