ସୁବର୍ଣ୍ଣପୁର ଜିଲ୍ଲା ବିନିକା ବସଷ୍ଟାଣ୍ଡକୁ ମଡେଲ ବସଷ୍ଟାଣ୍ଡରେ ପରିଣତ କରିବା ପାଇଁ ଏହାର ପରିସର ଜବରଦଖଲ ହୋଇଥିବା ଘର,ଦୋକାନ ପ୍ରଶାସନ ତରଫରୁ ଆଜିଠାରୁ ଭାଙ୍ଗିବା ଆରମ୍ଭ ହୋଇଛି ।
ସୂଚନା ଯୋଗ୍ୟ ଯେ, ଜବରଦଖଲକାରୀଙ୍କୁ କିଛିଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ନୋଟିସ ହୋଇଥିଲା । ସ୍ଥାନୀୟ ଏନଏସି କର୍ତୁପକ୍ଷ, ରାଜସ୍ବ ବିଭାଗ ଓ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଉଥିବା ଦେଖିବାକୁ ମିଳୁଛି।