ମଇ ୯ରେ ହାଜର ହେବାପାଇଁ ଜିଲ୍ଲାପାଳଙ୍କୁ ଜନଜାତି କମିଶନର ସମନ

ଆସନ୍ତା ମଇ ୯ରେ ବ୍ୟକ୍ତିଗତ ଭାବେ କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସରେ ହାଜର ହେବାପାଇଁ ଜାତୀୟ ଜନ ଜାତି କମିଶନ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ବିସ୍ଥାପିତଙ୍କୁ କ୍ଷତିପୁରଣ ଓ ଅନ୍ୟ ସୁବିଧା ପ୍ରଦାନ କରାଯାଇନଥିବା ଅଭିଯୋଗ ଉପରେ ବକ୍ତବ୍ୟ ରହିବାକୁ କମିଶନ ଶ୍ରୀ ଠାକରେଙ୍କୁ ଗତ ସେପ୍ଟେମ୍ବରରୁ ଆଜି ଯାଏଁ ଅନେକ ସମନ ଜାରି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes