ଭୁବନେଶ୍ୱରରେ ଏଥର କଟକଣାମୁକ୍ତ ଦୁର୍ଗା ପୂଜା

ଏ ବର୍ଷ ୧୭୮ଟି ମଣ୍ଡପରେ ମା’ ପୂଜା ପାଇବେ, ୨ ବର୍ଷ ପରେ ଏଥିର କଟକଣାମୁକ୍ତ ପୂଜା ଥିବାରୁ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି କରିବା ସହ ମେଳଣ ଓ ମୀନାବଜାର ପାଇଁ ମଧ୍ୟ ଅନୁମତି ମିଳିଛି।

ବିଭିନ୍ନ ଫୁଡ଼ ଷ୍ଟଲରେ କିଭଳି ହାଇଜିନ୍‌ ଖାଦ୍ୟ ମିଳିବ, ସେଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ। ୭ ଜଣିଆ ଫୁଡ଼ ଇନ୍ସପେକ୍ଟର ଟିମ ଖାଦ୍ୟର ମାନ ଯାଞ୍ଚ କରିବେ। ଏ ନେଇ ଆଜି ବିଭିନ୍ନ ବିଭାଗ ସହ ବିଏମ୍‌ସିର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଲାଇଟ୍, ରାସ୍ତା ମରାମତି, ପରିମଳ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଛି। ରାବଣ ପୋଡି ପାଇଁ କମିଶନରେଟ ପୁଲିସ ଅନୁମତି ଦେବ ବୋଲି ବିଏମସି ମେୟର ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes