ଭୁବନେଶ୍ବର IIT କ୍ୟାମ୍ପସ୍ ହଷ୍ଟେଲ ବାଲ୍କୋନୀରୁ ପଡ଼ି ପିଏଚ୍ଡି ଛାତ୍ର ପ୍ରାଣ ହରାଇଛନ୍ତି। ବଏଜ୍ ହଷ୍ଟେଲ୍ର ଷଷ୍ଠ ମହଲା ବାଲକୋନୀରୁ ପଡ଼ି ମୃତ୍ୟୁ ଘଟିଥିବା କଲେଜ୍ ପିଆର୍ଓ ସୂଚନା ଦେଇଛନ୍ତି।
ତାଙ୍କୁ ମୃତ ଘୋଷଣା କଲେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍ ଡାକ୍ତର। ମୃତ ଛାତ୍ର ହେଲେ ତନିକୋଣ୍ଡା ନିଶାନ୍ତ କୁମାର, ଘର ଆନ୍ଧ୍ର ପ୍ରଦେଶ। ବାପା ମାଆ ଆସିଲା ପରେ ପୋଷ୍ଟମର୍ଟମ କରାଯିବ କହିଲେ ପିଆର୍ଓ।