ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ରାଜ୍ୟ କଂଗ୍ରେସର ନେତା ଓ କର୍ମୀଙ୍କ ପକ୍ଷରୁ ରାହୁଲଙ୍କୁ ଭବ୍ୟ ସ୍ବାଗତ କରାଯାଉଛି।
ରାହୁଲଙ୍କ ସହ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତି ମଲିକାର୍ଜୁନ ଖଡ୍ଗେ ବି ପହଞ୍ଚିଛନ୍ତି। ରାହୁଲ ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ସମାବେଶରେ ଯୋଗ ଦେବେ।