ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ବ୍ଲକର ୧୫ ଗୋଟି ପଞ୍ଚାୟତରୁ ୪୫୯ ଜଣ ଭିନ୍ନକ୍ଷମ ବ୍ୟକ୍ତି, ମହିଳା ଓ ଯୁବକଯୁବତୀ ଯୋଗ ଦେଇଥିଲେ । ଶିବିରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବୀରମହାରାଜପୁର ଡାକ୍ତରଖାନାର ଡାକ୍ତରମାନେ ମିଳିତ ଭାବରେ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରିଥିଲେ । ଏଥିରେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆ, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୋବିନ୍ଦବଲ୍ଲବ ଷଡ଼ଙ୍ଗୀ, ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ମିଶ୍ର, ବୀରମହାରାଜପୁର ବ୍ଲକ ସମାଜ ମଙ୍ଗଳ ସହକାରୀ ଅଧିକାରୀ ସୀମାରାଣୀ ପଣ୍ଡା ତଥା ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ସହଯୋଗ କରିଥିଲେ ।