ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ମହିମା ମଠ ଠାରେ ମଙ୍ଗଳବାର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିନିକା ଭୀମଭୋଇ ସେବା ଫାଉଣ୍ଡେସନ ତରଫରୁ ଏଠାରେ ଆମ୍ବ, ନିମ୍ବ, ନଡ଼ିଆ, ଜାମୁ, ପିଜୁଳି, ଅଁଳା ଆଦି ୧୧୫ ଗୋଟି ଚାରା ରୋପଣ କରାଯାଇଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ରାମଗୋପାଳ ବାଘ, ବରିଷ୍ଠ ସଦସ୍ୟ କବି ପୂର୍ଣ୍ଣଚନ୍ଦ୍ର ଦୀପ, ଜୟଦେବ ହରି, ପ୍ରଦୀପ ସାହୁ, ପୂର୍ଣ୍ଣ ମେହେର, ବାବା ଜୟ ଦାସ, ବାବା ମଙ୍ଗଳ ଦାସ, ବାବା ଜଗଦୀଶ ଦାସ ପ୍ରମୁଖ ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ । ଦୂରଦୁରା ବନ ବିଭାଗ ପକ୍ଷରୁ ଏଥିପାଇଁ ଚାରା ଯୋଗାଇ ଦିଆଯାଇଥିଲା ।