ଭୀମକୁଣ୍ଡକୁ ମାଛ ଧରିବାକୁ ଯାଇଥିବା ଯୁବକ ନିଖୋଜ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ଆର ଆଇ ସର୍କଲ ବାଲିଜୋଡୀ ଦେଇ ପ୍ରବାହିତ ବୈତରଣୀ ନଦୀର ଭୀମକୁଣ୍ଡକୁ ବୁଧବାର ଅପରାହ୍ନରେ ଜାଲ ଧରି ମାଛ ଧରିବାକୁ ଯାଇଥିବା ଜଣେ ୨୮ ବର୍ଷୀୟ ଯୁବକ ନିଖୋଜ ଅଛନ୍ତି।

ନିଖୋଜ ଯୁବକ ଜଣକ ହେଉଛନ୍ତି ଡୁମୁରିଆ ପଂଚାୟତ ତଣ୍ଡ ଗ୍ରାମ ଝିଙ୍କ ବାହାଳି ସାହିର ଶିକର ନାଏକଙ୍କ ପୁଅ ଦୀପକ କୁମାର ନାଏକ। ଖବର ପାଇ ଗୁରୁବାର ସକାଳୁ ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ଦୀପକକୁ ଖୋଜା ଖୋଜି ଜାରି ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes