ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଦେବାନବାହାଳି-୨ ଅଙ୍ଗନବାଡ଼ି ଦିଦି ସୁମି ସିଂ ଶମ୍ବୁରାଇ ବହିଷ୍କୃତ ହୋଇଛନ୍ତି। ୪ଟି ଭିନ୍ନ ଭିନ୍ନ ଜନ୍ମତାରିଖ ଦର୍ଶାଇଥିବାରୁ ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ଦିଦିଙ୍କ ଶିକ୍ଷାଗତ ପ୍ରମାଣପତ୍ର ଓ ଆଧାର କାର୍ଡରେ ରହିଛି ଭିନ୍ନ ଭିନ୍ନ ଜନ୍ମତାରିଖ। ୩ ବର୍ଷ ଧରି ଚାକିରି କରି ଆସୁଥିଲେ ଅଙ୍ଗନବାଡ଼ି ଦିଦି।