ଭିନ୍ନକ୍ଷମ ବିଦ୍ୟାଳୟରେ ଅଡିଓଲୋଜି ପରୀକ୍ଷା ଶିବିର

ସୋନପୁର ଜିଲ୍ଲା କଲାପଥର ଭିନ୍ନକ୍ଷମ ବିହାର ସ୍ଥିତ ଜିଲ୍ଲା ଭିନ୍ନକ୍ଷମ କଳ୍ୟାଣ ବିଦ୍ୟାଳୟ ଓ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ଶ୍ରବଣ ବାଧିତ ପିଲାମାନଙ୍କ ଏକ ଶ୍ରବଣ ଶକ୍ତି ପରୀକ୍ଷା ଶିବିର ସୋମବାର ଅନୁଷ୍ଠିତ ହୋଇଥିଲା।

ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଡିଓଲୋଜିଷ୍ଟ ଶ୍ରୀଯୁକ୍ତ ଅଭୟ ଲେଙ୍କା ଉପସ୍ଥିତିରେ ୩୨ ଜଣ ଶ୍ରବଣ ବାଧିତ ପିଲାମାନଙ୍କ ପରୀକ୍ଷା କରି ତାର ରିପୋର୍ଟ ପ୍ରଦାନ କରାଯାଇଥିଲା।ପରବର୍ତ୍ତୀ ମୂହୁର୍ତ୍ତରେ ଉକ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶ୍ରବଣ ଯନ୍ତ୍ର ମାଗଣାରେ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes