ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଧିନସ୍ଥ ସମନ୍ୱିତ ଶିଶୁ ବିକାଶ ଯୋଜନା ସଭାଗୃହ ଠାରେ ଭିନ୍ନକ୍ଷମମାନଙ୍କ ଗୋଷ୍ଠୀ ଭିତ୍ତିକ ସାମଗ୍ରିକ ବିକାଶ ଓ ଥଇଥାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଟାଟା ପାୱାର ପଶ୍ଚିମ ଓଡ଼ିଶା ବିତରଣ ପ୍ରା ଲିଃ ସହଯୋଗ ଓ ରେଆର ସୋନପୁର ପରିଚାଳନାରେ ଏହା ଅନୁଷ୍ଠିତ ହୋଇଥିଲା। ଡୁଙ୍ଗୁରିପାଲି ବ୍ଲକ ଅଧିନସ୍ଥ ୧୧ ଜଣ ଅଙ୍ଗନୱାଡ଼ି ସୁପରଭାଇଜର, ୨୬ ଜଣ ଅଙ୍ଗନୱାଡ଼ି କର୍ମୀ, ୧୩ ଜଣ ଆଶା କର୍ମୀ ଏବଂ ୫ ଜଣ ଏମପିଏଚଡବ୍ଲୁ ଉପସ୍ଥିତ ଥିଲେ। ଭିନ୍ନକ୍ଷମମାନଙ୍କ ଶୀଘ୍ର ଚିହ୍ନଟ, ପ୍ରତିକାର ଓ ତାର ପରିଚାଳନା ନେଇ ଆଲୋଚନା ହୋଇଥିଲା।