ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ବ୍ଲକ ଭେଟନାରୀ ଅଫିସର (BVO) ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ (PA) ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ସମ୍ବଲପୁର ଭିଜିଲାନ୍ସ ଧରିଛି।
BVO ଡା. ସୁବାସ ପ୍ରକାଶ ସୋରେନ, PA ମହେଶ୍ବର ସାହୁ ଧରାପଡ଼ିଲେ।ବ୍ରଏଲର ଫାର୍ମ ସବ୍ସିଡି ବାବଦ ୫୪ ହଜାର ରିଲିଜ୍ ପାଇଁ ଲାଞ୍ଚ ନେଉଥିଲେ। ଧରାପଡ଼ିବା ପରେ ଦୁଇ ଅଧିକାରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।