ଭିଜିଲାନ୍ସ ଜାଲରେ କିରାଣୀ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ଗୋଳକ ବିହାରୀ ପୋଢ଼ ଆଜି ୧୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜଲାନ୍ସ ହାତରେ ଧରା ପଡିଛନ୍ତି ।

ସିଣ୍ଢୋଲର ଏଲଆଇ ନାରାୟଣ ମେହେରଙ୍କ ଏରିଅର ବିଲ କରିବା ପାଇଁ ସେ ଲାଞ୍ଚ ନେଉଥିଲେ । ଆଜି ସୁବର୍ଣ୍ଣପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ ମିଳିତ ଭାବେ ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଚିକିତ୍ସାଳୟ କାର୍ଯ୍ୟାଳୟରେ ଚଢାଉ କରିଥିଲେ । ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ ପୋଢଙ୍କୁ ଗିରଫ କରିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes