ଭୁବନେଶ୍ବର R&B ଡିଭିଜନ୍-୩ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କର ଏକାଧିକ ସ୍ଥାନରେ ଭିଜିଲାନ୍ସ ରେଡ୍ ଚାଲିଛି। ଗତକାଲି ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ରେଡ୍ ବେଳେ ଅଶୋକ କୁମାର ପଣ୍ଡାଙ୍କ ସହ ତାଙ୍କ ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ଅଶୋକଙ୍କ ଘରେ ପହଞ୍ଚିଥିଲା ଭିଜିଲାନ୍ସ।
ଭିଜିଲାନ୍ସକୁ ଦେଖି ଅଶୋକ ଘର ବାହାରୁ ତାଲା ମାରି ଭିତରେ ରହିବା ସହ ମୋବାଇଲ୍ ସ୍ବିଚ ଅଫ୍ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।ଆଉ ଯେତେବେଳେ ଭିଜିଲାନ୍ସ ଘର ସିଲ୍ କରିବାକୁ ବାହାରିଥିଲା, ଉପାୟ ନ ପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ ଯନ୍ତ୍ରୀ ଅଶୋକ ପଣ୍ଡା।ମାତ୍ର ଭିଜିଲାନ୍ସ ଡରରେ ଏକ ବ୍ୟାଗ ବାହାରକୁ ଫିଙ୍ଗି ଦେଇଥିଲେ। ଯାହା ଝରକାରେ ଲାଗି ରହିବାରୁ ତାହା ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା। ବ୍ୟାଗ୍ରୁ ୧ ଲକ୍ଷ ଟଙ୍କା, ସୁନା, ରୁପା, ଅରିଜନାଲ ROR, ଆଇଫୋନ୍ ମିଳିଛି।
–