କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଭାଲୁ ଆକ୍ରମଣରେ ସୋମବାର ୨ ଜଣ ଗୁରୁତର ହୋଇଛନ୍ତି।ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତୀକରିଛନ୍ତି। ଗୁରୁତର ଦୁଇ ଜଣ ଯୁବକ ହେଉଛନ୍ତି କୋଠାଘର ଗ୍ରାମର ରଥ ମୁଣ୍ଡା(୨୬) ଏବଂ ବେଗନା ଖମଣ ଗ୍ରାମର ଚତୁର୍ଭୁଜ ମହାନ୍ତ(୪୭) ।
ରଥୁଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ଚତୁର୍ଭୁଜ ଙ୍କ ହାତ ରେଗଭୀର କ୍ଷତ ସୃଷ୍ଟି ହୋଇଛି। ଉଭୟ ସୋମବାର ଦିନ ୨ ଟା ବେଳେବେଗୁନା ଖମଣ ବୈତରଣୀ ନଦୀ କୁ ଗାଧୋବାକୁ ଯାଇଥିବା ବେଳେନଦୀକୁଳ ଜଙ୍ଗଲ ର ବୁଦା ରୁ ଭାଲୁ ବାହାରି ଆକ୍ରମଣ କରିଥିଲା।