ଭାରତ୍ତୋଳନରେ କିଟ ଛାତ୍ରୀ ସ୍ନେହାଙ୍କୁ ସ୍ୱର୍ଣ୍ଣ

ବାଙ୍ଗାଲୋର ଠାରେ ଚାଲୁଥିବା ଦ୍ଵିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ କିଟ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ୱ କରୁଥିବା ଛାତ୍ରୀ ସ୍ନେହା ସୋରେନ ୪୯ କେଜି ଭାରତ୍ତୋଲନ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ସମଗ୍ର ଓଡିଶାକୁ ଗୌରବ ଆଣିଛନ୍ତି ।

ସ୍ନେହା ସ୍ନାଚ ଇଭେଣ୍ଟରେ ୬୯କେଜି କ୍ଲିନ ଓ ଜର୍କ ଇଭେଣ୍ଟରେ ୯୨କେଜି ସହ ମୋଟ ୧୬୧କେଜି ଭାରତ୍ତୋଲନ କରିଥିଲେ ।ତାଙ୍କ ସଫଳତା ପାଇଁ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes