ଭବିଷ୍ୟ ସ୍କୁଲ ନିକଟ ଚାଷ ଜମିରେ ନିଆଁ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଭବିଷ୍ୟ ସ୍କୁଲ ନିକଟ ଚାଷ ଜମିରେ ଆଜି ମଧ୍ୟାହ୍ନରେ ଲାଗିଥିବା ନିଆଁ ପବନରେ ଡ଼ିଆଁ ମାରି ବିନିକା-ସୋନପୁର ରାସ୍ତା ଆଡ଼କୁ ମାଡି ଯିବାରୁ ଦୀର୍ଘ ୨ଘଣ୍ଟା ଧରି ଲୋକେ ଯିବା ଆସିବା ତ ଦୂରର କଥା କିଛ ସମୟ ଧରି ଗାଡ଼ି ମଟର ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଥିଲା ।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ଯାତାୟତ ସ୍ୱଭାବିକ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes