ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ସମ୍ମିଳନୀ କକ୍ଷରେ ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ବିଗତ ଏକ ବର୍ଷ ମଧ୍ୟରେ ସମ୍ପାଦିତ ହୋଇଥିବା କାର୍ଯ୍ୟ ଗୁଡିକର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାରଙ୍କ ସଭାପତିତ୍ୱ ଏହା ଅନୁଷ୍ଠିତ ହୋଇଥିଲା।
ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜନ ଶୁଣାଣି କମିଟିର ସଦସ୍ୟ ଗୋବିନ୍ଦ ମହାରଣା ଯୋଗ ଦେଇଥିଲେ।