ବ୍ରହ୍ମପୁର ଓ ନନ୍ଦେଡ ମଧ୍ୟରେ ମଇ ୭ ରୁ ସ୍ୱତନ୍ତ୍ର ଟ୍ରେନ୍

ଟ୍ରେନ ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଅନ୍ୟ ନିୟମିତ ଟ୍ରେନରେ ଯାତ୍ରୀଙ୍କ ଅତିରିକ୍ତ ଭିଡକୁ ଏଡ଼ାଇବା ପାଇଁ ବ୍ରହ୍ମପୁର ଏବଂ ନନ୍ଦେଡ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। 07431 ନନ୍ଦେଡ-ବ୍ରହ୍ମପୁର ସ୍ପେଶାଲ ଏକ୍ସପ୍ରେସ ମଇ ମାସ 7 ରୁ 28 ତାରିଖ ମଧ୍ୟରେ ନନ୍ଦେଡରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୩ଘ.୨୫ମି.ରେ ଛାଡି ବ୍ରହ୍ମପୁର ଠାରେ ତା’ପରଦିନ ଅପରାହ୍ନ ୨ଘ.୩୦ମି.ରେ ପହଞ୍ଚିବ ।

ଫେରିବା ମାର୍ଗରେ, 07432 ବ୍ରହ୍ମପୁର-ନନ୍ଦେଡ୍ ସ୍ପେଶାଲ୍ ଟ୍ରେନ ମଇ ମାସ 8 ରୁ 29 ତାରିଖ ମଧ୍ୟରେ ବ୍ରହ୍ମପୁରରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୪ଘ.୩୦ମି.ରେ ଛାଡି ତା’ପରଦିନ ଅପରାହ୍ନ ୩ଘ.୪୫ମି.ରେ ନନ୍ଦେଡରେ ପହଞ୍ଚିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes