କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ସରକାର। ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକ ଠିକ୍ ନ ଥିବାରୁ ଅସୁବିଧା ହେଉଥିଲା। ରଥ ଟଣା ବେଳେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା। ବାହୁଡା଼ ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା। ଏପରି ବିଭ୍ରାଟ ଭକ୍ତମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଥିଲା। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ୧ କୋଟି ମଞ୍ଜୁର କରିଛନ୍ତି।