ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ

OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ବୋର୍ଡ ଉପସଭାପତିଙ୍କ ଗିରଫଦାରି ନେଇ କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ସମ୍ପର୍କ ରହିଛି। ଅଫିସ ସମୟ ବାଦ୍‌ ୧୦୦ ଥର କଥା ହେବାର ପ୍ରମାଣ ମିଳିଛି, ପରୀକ୍ଷା ପରିଚାଳନାରେ ଜିତନଙ୍କର କୌଣସି ଭୂମିକା ନ ଥିଲା, ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ନ ଥିବା ବ୍ୟକ୍ତିଙ୍କ ସହ ଏତେ ଥର କଥା ହେଲେ କାହିଁକି, ଜିତନଙ୍କ ଭୂମିକା ସନ୍ଦେହଜନକ ଥିଲା ଉପସଭାପତି ସ୍ବୀକାର କରିଛନ୍ତି। ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଉଭୟଙ୍କ ଭୂମିକା ସମାନ ଅଛି। ନିହାର ବାବୁଙ୍କ ପାଖରେ OTET ପ୍ରଶ୍ନପତ୍ର ସମ୍ପର୍କିତ ପାସ୍‌ୱାର୍ଡ ଥିଲା, ପାସୱାର୍ଡ ବ୍ୟବହାର କରି ବୋର୍ଡ ଉପସଭାପତି ଡିଲିଟ୍‌ କରିବା କଥା, କରି ନ ଥିଲେ। ଏହା କରି ଜିତନ ମହାରଣାଙ୍କୁ ଲାପଟପ୍‌ ବ୍ୟବହାର ପାଇଁ ଅନୁମତି ଦେଇଥିଲେ କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes