ବେତନଟୀରେ କାଳବୈଶାଖୀ ବର୍ଷାରେ ବହୁ ଗଛ ଗଡ଼ିଲା

ମୟୂରଭଞ୍ଜ ଜିଲ୍ଲା ବେତନଟୀଠାରେ ଦ୍ୱିପହରେ କାଳବୈଶାଖୀ ପବନ ବର୍ଷାରେ ଶୁଖିଲାହାରକୁ ଯିବା ରାସ୍ତାରେ କ୍ଲବ ସମ୍ମୁଖରେ ଏକ ବହୁ ପୁରାତନ ନିମ୍ବଗଛଟି ଭାଙ୍ଗି ଗଡ଼ିପଡିଛି l

ଯାହା ଫଳରେ ଶୁଖିଲାହାର, ପଂଡୁଗଡିଆ, କୋଠବାଡି, ସରବଣା ଇତ୍ୟାଦି ଅନେକ ଗ୍ରାମକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା l ସେଠାକାର କିଛି ଯୁବକ ମିଶି ଗଛକୁ କାଟି ସଫା କରୁଥିବାର ଦେଖିବାକୁ ମିଳିଛି l ଏହି ପବନ ବର୍ଷା ଫଳରେ ବେତନଟୀରେ ଅନେକ ସ୍ଥାନରେ ଗଛଗୁଡିକ ଗାଡ଼ିଥିବାର ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes